New TOLL FREE NUMBER: 1800-34567-58
Text Size:

Diploma in Odia Language and Communication (DOLC)

« All Programme
Programme Name : Diploma in Odia Language and Communication
Programme Code : DOLC
Eligibility : +2 Pass or Equivalent
Minimum Duration : 1 Year
Maximum Duration : 2 Year
Programme Fee : ₹ 4000/-
Medium of Study : Odia
Syllabus : Download Syllabus
Programme Details
ଚାରିକୋଟିରୁ ଅଧିକ ଲୋକ ସଂଖ୍ୟା ବିଶିଷ୍ଟ ଓଡ଼ିଶା ରାଜ୍ୟ ରେ ପ୍ରମୁଖ କଥିତ ଓ ଲିଖିତ ଭାଷା ଓଡ଼ିଆ | ଏହି ଭାଷା ର ଦୀର୍ଘ ଐତିହ୍ୟ ରହିଛି | ଏଥି ସହିତ ଭାଷା ଆଇନ ୧୯୫୮ ଦ୍ୱାରା ଏହା ଓଡ଼ିଶା ର ରାଜଭାଷା ର ସ୍ଵିକୃତି ମଧ୍ୟ ଲାଭ କରିଛି | ସଂପ୍ରତି ରାଜ୍ୟ ସରକାରଙ୍କ ଭାଷା ନୀତି ଅନୁସାରେ ଓଡ଼ିଆ ଭାଷା ର ପ୍ରୟୋଗ ଶିକ୍ଷା ଠାରୁ ଆରମ୍ଭ କରି ପ୍ରସାଶନ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଉପଲବ୍ଧ | କବି, ଲେଖକ, ପ୍ରାବନ୍ଧିକ, ଗୀତିକାର, ରାଜନେତା, ଦାର୍ଶନିକ, ସାମ୍ବାଦିକ, ସମାଜସେବକ ଇତ୍ୟାଦିଙ୍କ ଅବଦାନ ରେ ସମୃଦ୍ଧ ଏହି ଭାଷା ନୂତନ ପିଢ଼ି  ପ୍ରସ୍ତୁତି ରେ ବେଶ୍ ସହାୟକ ହୋଇ ପାରିଛି | ଅଶୀ ରୁ ଉର୍ଦ୍ଧ୍ୱ ଦୈନିକ ସମ୍ବାଦପତ୍ର, ଶତାଧିକ ପତ୍ରପତ୍ରିକା, ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ଏହି ଭାଷା ର ପ୍ରୟୋଗ ଓ ପରିକ୍ଷା ଆଜି ବିଶ୍ୱ ଦରବାରରେ ସମ୍ମାନିତ | ଏହାର ସଠିକ୍ ଉଚ୍ଚାରଣ, ଲିଖନ ର ଆବଶ୍ୟକତାକୁ ଆଖି ଆଗରେ ରଖି ଉକ୍ତ ପାଠ୍ୟକ୍ରମ ପରିବର୍ତ୍ତନ କରାଯାଉଛି |

ଯୁକ୍ତ ଦୁଇ ଉତ୍ତୀର୍ଣ୍ଷ ବା ତଦୁର୍ଦ୍ଧ ସ୍ତରର  ଶିକ୍ଷାପ୍ରାପ୍ତ ପ୍ରତ୍ୟେକ ଓଡ଼ିଆ ଭାଷାଭାଷୀ ଏହି ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ହୋଇପାରିବେ | ଏହି ଶିକ୍ଷା ସମାପ୍ତି ପରେ ବିଦ୍ୟାର୍ଥୀ ଓଡ଼ିଆ ଭାଷା ର ସଠିକ୍ ପ୍ରୟୋଗ ସହିତ ଅନୁବାଦ, ସାମ୍ବାଦିକତା, କୋର୍ଟ କଚେରୀରେ ଲିଖନକାର ଆଦି କାର୍ଯ୍ୟ ସହଜ ରେ ସମ୍ପାଦନ କରି ପାରିବେ | ଏଥି ସହିତ କମ୍ପ୍ୟୁଟର ଚାଳନାର ମୌଳିକ ବିଦ୍ୟା ଅର୍ଜନ କରି ଓଡ଼ିଆ ଭାଷାରେ ବୃତ୍ତିଗତ କାର୍ଯ୍ୟ ସମ୍ପାଦନ କରି ସ୍ୱାବଲମ୍ବୀ ହୋଇ ପାରିବେ |
 
ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷା ପ୍ରୟୋଗ ଵାଧ୍ୟତାମୂଳକ ହୋଇଥିବାରୁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ସମସ୍ତ ସହାୟକ ଆବଶ୍ୟକତା ଏଥିରେ ସ୍ଥାନିତ କରିଛନ୍ତି |
 
କାର୍ଯକ୍ରମ ଦେୟ : ଟ. ୦୦୦/- ନାମଲେଖା ସମୟରେ ଦେବାକୁ ହେବ
କାର୍ଯକ୍ରମ ସମୟସୀମା : ସର୍ବନିମ୍ନ ୧ ବର୍ଷ; ସର୍ବାଧିକ ୪ ବର୍ଷ ;
ନାମଲେଖା ନିମନ୍ତେ ସର୍ବନିମ୍ନ ଯୋଗ୍ୟତା - ଯେ କୌଣସି ବିଭାଗରେ +୨ ବା ତତ୍ତୁଲ୍ୟ ଶିକ୍ଷା ସମାପ୍ତି
ପରୀକ୍ଷା : ସେମିଷ୍ଟାର
 
ପାଠ୍ୟକ୍ରମ ସଂରଚନା
ଓଡ଼ିଆ ଭାଷା ଓ ଯୋଗାଯୋଗ ଡିପ୍ଲୋମା କାର୍ଯ୍ୟକ୍ରମ ରେ ମୋଟ ୩୨ ଟି କ୍ରେଡିଟ ରହିଛି | ୬ ଟି ପାଠ୍ୟକ୍ରମରେ ବିଭକ୍ତ ଏହି କାର୍ଯ୍ୟକ୍ରମ ନିମ୍ନମତେ ବିଭାଜିତ:-
ପାଠ୍ୟକ୍ରମ-୧: ବର୍ଣ୍ଣ ପରିଚୟ
ପାଠ୍ୟକ୍ରମ-୨: ବ୍ୟାବହାରିକ ବ୍ୟାକରଣ
ପାଠ୍ୟକ୍ରମ-୩: ଭାଷା ବିଜ୍ଞାନ
ପାଠ୍ୟକ୍ରମ-୪: ବ୍ୟାବହାରିକ କଥନ/ଲିଖନ କୌଶଳ
ପାଠ୍ୟକ୍ରମ-୫: ଗଣମାଧ୍ୟମ ଯୋଗାଯୋଗ କୌଶଳ
ପାଠ୍ୟକ୍ରମ-୬: କମ୍ପୁଟର ବ୍ୟବହାର କୌଶଳ
 
Online Counselling Schedule
Student Login
webportal.osou.ac.in
OSOU Student Corner
e-Resources
OSOU e-Resources
Admission
Online Admission 2022-23
e-Gyanjyoti
Learning Management System
Programs Offered
Syllabus
Video Lessons
Examination
OSOU Mobile App